କୃଷ୍ଣ କଥା ଭାଳି ଗୋପୀ ସକଳ
ଗୋପୀଭାଷା
କୃଷ୍ଣ କଥା ଭାଳି ଗୋପୀ ସକଳ।ଗୁଣ ସୁମରି ହୁଅନ୍ତି ବିକଳ ।କାହୁଁ ଦାରୁଣ ଅକ୍ରୁର ଅଇଲା।କଂସ ଆଜ୍ଞା ବୋଲି ଗୋପେ କହିଲା।କୃଷ୍ଣ ଆସିବେ ବୋଲି ଗଲେ ଭଣ୍ଡି।ତାହା ଜାଣିଲେ କିମ୍ପା ଦ୍ୟନ୍ତୁ ଛାଡି।କଂସ ଯାହା କରୁ ପଛେ କରନ୍ତା ।ଗୋପପୁରଯାକ ସବୁ ମାରନ୍ତା।ତହିଁ ମଲେହେଁ ହୁଅନ୍ତା କାରଣ।ଯାହା ଉପେକ୍ଷି ଗଲେ ନାରାୟଣ।ଏକ ଗୋପୀଏ ବୋଇଲା ଥାଇଣ।ଆମ୍ଭେ ବେଳହୁଁ ହୁଡିଗଲୁ ପୁଣ।ଯେବେ ଅକ୍ରୁର ବାହୁଡି ଯାଆନ୍ତା।କୃଷ୍ଣ ଗୋପପୁରେ ରହି ଥାଆନ୍ତା।ଯାଇଁ କହନ୍ତା ଅକ୍ରୁର ରାଜାକୁ ।କଂସ ଡରେ କି ଆସନ୍ତା ଗୋପକୁ।ସେ କି ଶୁଣିଣ ନାହିଁ କର୍ଣ୍ଣଘେନି।ଯେତେ ଯେତେକ କଲେ ଭାଇ ବେନି।
ଇନ୍ଦ୍ର ସପତଦିନ ବୃଷ୍ଟି କଲା ।ବଜ୍ରାଘାତେ ପଥର ବରଷିଲା ।ଛତ୍ର ଆକାରେ ଗିରିବର ଧରି ।ଗୋପସମ୍ପଦ ରଖିଲେ ମୁରାରି ।ଇନ୍ଦ୍ର ହାରିଣ ଶରଣ ପଶିଲା ।ଗୋପୋ ଗୋବିନ୍ଦ ନାମ ଦେଇ ଗଲା ।କଂସ ଶୁଣି କି ନାହିଁ ସେହି କଥା ।ସେ କି ଇନ୍ଦ୍ରହୁଁ ବଡ ସାମରଥା ।କେତେ କେତେ ବିପତ୍ତି ନ ପଡିଲା ।କୃଷ୍ଣ ଥିଲାକୁ କିଛି ନ ଲାଗିଲା ।ଏବେ କେ ଅବା ଆମ୍ଭଙ୍କୁ ରଖିବ ।ଆମ୍ଭ ବିରହ ଦୁଃଖ ଉପେକ୍ଷିବ ।ଏତେ ବୋଲିଣ ହେଲେ ସର୍ବେ ଦୁଃଖୀ ।ଅନ୍ୟ ଗୋପୀଏ ବୋଲେ ଶୁଣି ସଖି ।ସେ ଗୋ ଦାରୁଣ ଅଟଇ କହ୍ନାଇ ।ଏଡେ ନିର୍ଦ୍ଦୟ ବୋଲି ଜାଣୁ ନାହିଁ ।ଯାହା ଘରେ ଯେଉଁ ଦ୍ରବ୍ୟ ଅପୂର୍ବ ।ତାଙ୍କୁ ଲୁଚାଇ ଥୋଇଥାଉଁ ସର୍ବ ।ଆମ୍ଭେ ପତି ତନୟ ଗୋ ନ ଜାଣୁ ।ଗୁରୁ ଗଉରବ ଲାଜ ନ ମଣୁ ।ଆମ୍ଭ ପତି ତନୟ ସବୁ ସେହି ।ତାଙ୍କୁ ନ ଦେଖି ଯାଉଅଛି ଦେହୀ ।ତାର ମତ୍ତସାରଙ୍ଗ ତୁଲ୍ୟ ଗତି ।ଦେଖି ଦେହ ଧରେ କେଉଁ ଯୁବତୀ ।ସେ ଗୋ ବନରୁ ଆସୁଥାଇ ଚାଲି ।ଶିରେ ବରହୀପୁଚ୍ଛ ଶୋହେ ଝଳି ।ନାସେ ବର୍ତ୍ତୁଳ ମୁକୁତା ଲୁଳଇ ।କର୍ଣ୍ଣେ କୁଣ୍ଡଳ ବେନି ବିରାଜଇ ।ଗୋରଚନା ଚିତା ଶୋହେ କପାଳେ ।ତହିଁ ଉପରେ ରୁଞ୍ଜଗୁଞ୍ଜ ମାଳେ ।ଉରେ ଶାର୍ଦ୍ଦୁଳନଖ କଣ୍ଠିମାଳୀ ।ଅଙ୍ଗେ ପଡ଼ିଣ ଥାଇ ଗୋରୁଧୁଳି ।ହସ୍ତେ ମୁରଲୀ ଗୋଟି ଥାଇ ଘେନି ।ଇଚ୍ଛା ହୋଇଲେ କରୁଥାଇ ଧ୍ୱନି ।
କରେ ବଳୟ ବାହୁଟି କଙ୍କଣ ।କଟିତଟେ ଶୋହେ ପୀତବସନ ।କଟିସୂତ୍ର ମେଖଳା ଓଡ଼ିଆଣୀ ।ଚାରୁ ଚରଣେ ନୂପୁର ବାଜେଣୀ ।ରତ୍ନ କଠାଉ ଶୋହେ ପଦ୍ମପାଦେ ।ଦାସ ଦନାଇ ସେବା ସେହି ଠାବେ ।
ଦ୍ୱିତୀୟ ଛାନ୍ଦଖେଳି ଆସୁଥାନ୍ତି ନାନା ରଙ୍ଗେଣ ।ଗୋପସୁତ ବେଢ଼ି ଥାନ୍ତି ସଙ୍ଗେଣ ।ନୀଳମଣି କି ଘେରି ହେମମାଳି ।ତଥି ମଧ୍ୟେ ସୁନ୍ଦର ବନମାଳୀ ।ତାହା ଦେଖି ହେଉଥାଉଁ ଉସତ ।ମତ୍ତଗରବେ ହେଉଥାଉଁ ମତ୍ତ ।ତାଙ୍କୁ ପାଇବା ଆମ୍ଭେ ଆଉ କାହି ।ଭାବି ମାରିବା ସିନା ଦେହ ଦେଇ ।ଆଉ ଲୋଡିଲେ କାହିଁଛି ସେ କଥା ।ପଠି ଘେନଇ ନାହିଁ ପେଟବ୍ୟଥା ।ଏକ ଗୋପିଏ ବୋଇଲା ସଙ୍ଗାତ ।ମୋତେ ଦିନେ କଳେ କୃଷ୍ଣ ଯେମନ୍ତ ।କହିବାକୁ ବଡ଼ ଲାଜ ମାଡ଼ଇ ।ତାର କଥା ମନରୁ ନ ଛାଡ଼ଇ ।ଦିନେ ଦେଖି ପଥେ ଆସିବା ବେଳେ ।ରହ ବୋଲି ଧଇଲା ଯାଇ ବଳେ ।ମୁହି ଭୂମିରେ ପଡ଼ିଲଇ ଶୋଇଁ ।ମୋତେ କାଖକରି ନେଲେ ମାଧୋଇ ।ନେଇ ନିକୁଞ୍ଜବନର ଭିତର ।ଯେତେ ସୁରତି କଲେ ଆଗୋଚର ।କାହିଁ ଶିଖିଲା କାହ୍ନୁ ଏତେ ରଙ୍ଗ ।ମୋର ଜ୍ଞାନ ହରି ନେଲା ଶ୍ରୀରଙ୍ଗ ।ସେହି ଦିନୁ କାହ୍ନୁ ମୋର ଜୀବନ ।ବନୁଁ ଆସିବାକୁ ନୋହେ ମୋ ମନ ।ଏକ ଗୋପୀଏ ବୋଇଲା ମିତଣି ।ଦିନେ ଗଲି ମୁଁ ଘାଟେ ନୀର ଆଣି ।
Comments
Loading comments…