ଅମୃତମୟ
ଅର୍ଘ୍ୟଥାଳୀ
ନବ ବିକସିତ ଫୁଲଗନ୍ଧ,ନବ ସରସ କବିତା-ଛନ୍ଦ,ବନ ବିହଗ ମଧୁର ତାନ,ଶିଶୁ ସରଳ ତରଳ ଗାନ,ନବ ପ୍ରଫୁଲ୍ଲ କମଳକାନନନବ ସୁକୁମାର ଶିଶୁ ଆନନ,ଅମୃତମୟ ଅମୃତ ରୟଭସାଇ ନେଉଛି ଜୀବନ।
ଧୀର ଚଳିତ ଶୀତଳ ବାତ,ଚିର ଲଳିତ କୁମୁଦନାଥ,କ୍ଷୀର-ଧବଳ ଚନ୍ଦିକାଜାଲ,ନୀରଦାନଦକ୍ଷ ଘନମାଳମୃଦୁ ମଧୁର ଆଲୋକ ଉଷାର,ନବପଲ୍ଲବପତିତ ତୁଷାରଅମୃତମୟ ଅମୃତରୟମଜ୍ଜାଇ ଦେଉଛି ସଂସାର।
ମିଟିମିଟି ଜକଜକ ତାରା,ଟପଟପ ଜଳଧର ଧାରା,ତମନାଶନେ ଧାବିତ ଘୃଷ୍ଟିତମମୁକତ ଅବନୀ ହୃଷ୍ଟି,ଗିରିଗରଭପ୍ରସୃତ ନିର୍ଝର,ଦୁଇ ଲମ୍ଫିତ ପ୍ରପାତ ଝର୍ଝର,ଅମୃତମୟ ଅମୃତରୟଜୀବନ କରୁଛି ଜର୍ଜର।
ମୁଁ ତ ଅମୃତ-ସାଗରବିନ୍ଦୁ,ନଭେ ଉଠିଥିଲି ତେଜି ସିନ୍ଧୁ,ଖସି ମିଶିଛି ଅମୃତଧାରେ,ଗତି କରୁଛି ସେ ଅକୂପାରେ,ପଥେ ଶୁଖିଗଲେ ପାପ-ତାପରେ,ହୋଇ ଶିଶିର ଖସିବି ତା’ ପରେ,ଅମୃତମୟ ଅମୃତ ରୟସହିତ ମିଶିବି ସାଗରେ ।•••
Comments
Loading comments…