ଉତ୍କଳ-ଭାରତୀଙ୍କ ଉକ୍ତି
ଅର୍ଘ୍ୟଥାଳୀ
ଛନ୍ଦ ବାବୁ ମୋର କୋମଳ ବସନଅଙ୍ଗକୁ ଯହିଁରେ ନ ହେବ ପୀଡ଼ା,ଦେବ ହେଲେ ଦିଅ ଏମନ୍ତ ଭୂଷଣଯାହା ଘେନି ମୋର ନ ହେବ ବ୍ରୀଡ଼ା ।
ଅଙ୍ଗ ଚାହିଁ ଦିଅ ଯୋଗ୍ୟ ପରିଚ୍ଛଦପରିଚ୍ଛଦ ଯୋଗୁଁ ନ କାଟ ଦେହ,କଟା ହେଲେ ହେବ ଜୀବନେ ବିପଦ ।
ନଖ ବଢ଼ିଥିଲେ କର କରତନରଞ୍ଜିଦିଅ ତହିଁ ଅଳତା ରଙ୍ଗ,ନାକ ବଡ଼ ଥିଲେ ତା’ କଲେ ଛେଦନହେବ ନାହିଁ କି ମୋ’ ସୌଷ୍ଠବଭଙ୍ଗ ?
ରୋଗ ଥିଲେ ଦେହେ ପ୍ରତିକାର କରପ୍ରକୃତିସ୍ଥ ହେଉ ଜୀବନ ମୋର,ଭିନ୍ନ ବର୍ଣ୍ଣେ ଯଦି ରଞ୍ଜ କଳେବରହେବ ମାତ୍ର ତହିଁ ବିଭତ୍ସ ଘୋର ।
ତୁମ୍ଭେ ମୋତେ ଯେଉଁ ବେଶରେ ସାଜିବସେ ଦେଶ ଦେଖିବେ ଜଗତ ଜନେ,ତୁମ୍ଭେ ଯଦି ମୋତେ ଯତନେ ମାଜିବମାର୍ଜ୍ଜିତ ଉଜ୍ଜ୍ୱଳ ହେବି ଭୁବନେ ।
ଦେଉଁ ଦେଉଁ ମୋର ନୟନେ ଅଞ୍ଜନମୁଖ ଯଦି ହେବ କାଳିମାମୟ,ପୋଛ ଗଣ୍ଡ-କାଳି ନ ଦେଇ ଗଞ୍ଜନହେବ ମନୋହର କାନ୍ତି ଉଦୟ ।
ପାଇଥିଲେ ଦିଅ ବିଲାତି ପ୍ରସୂନଥାଏ ଯଦି ତହିଁ କିଛି ସୌରଭ,ସୌରଭ ନ ଥିଲେ କାନ୍ତିରେ ନିଊନନ ଥିଲେ ବଢ଼ିବ ସିନା ଗୌରବ ।
ମସ୍ତକେ ମୋ’ ଟୋପି ନ ଦେବ ବାବା ରେନ କାଢ଼ିବ ମୋର କରୁ କଙ୍କଣ,ସିନ୍ଦୂର ବିନ୍ଦୁ ମୋ’ ଭାଲେ ରଖିବାରେନିରନ୍ତର ମନେ ଥିବ ସ୍ମରଣ ।
ଭାଇ ଭାଇ ମଧ୍ୟେ କଳହ ନ କରତୁମ୍ଭ କଳହେ ମୁଁ ହେବି ଦୂଷିତ,ରତନ ସଂଗ୍ରହେ ହୁଅ ଯତ୍ନପରରତ୍ନ ଗୁନ୍ଥି ମୋତେ କର ଭୂଷିତ ।
ଅଭିମାନେ ରୋଗେ ନ କର ପ୍ରଳାପପ୍ରଳାପ ଶୁଣିଲେ କାନ୍ଦେ ମୋ’ ହୃଦ,ଜ୍ଞାନେ ଧ୍ୟାନ ରଖି କର ସଦାଳାପସଦାଳାପେ ସଦା ବଢ଼ୁ ମୋ’ ମୁଦ ।
ମନ୍ଦିରକୁ ମୋର କର ସୁସଜ୍ଜିତରମ୍ୟ ରମ୍ୟ ଉପକରଣ ଆଣି,କାଠ ଖମ୍ବମାନ କର ସୁରଞ୍ଜିତଢାଳିଦିଅ ତହିଁ ସୁବର୍ଣ୍ଣପାଣି ।
ନାନା ଦେଶୁ ଆଣ ତରୁ ବଲ୍ଲୀମାନରୋପଣ କର ମୋ’ ଉଦ୍ୟାନଗର୍ଭେ,ଉଦ୍ୟାନ କରିବ ସୁଫଳ ପ୍ରଦାନଭୁଞ୍ଜିବ ସୁଖେ ମୋ’ ନନ୍ଦନ ସର୍ବେ ।
ଆବର୍ଜ୍ଜନାହୀନ କର ମୋ’ ସଦନକର ଆବଶ୍ୟକ ଜୀର୍ଣ୍ଣ ସଂସ୍କାର,ମାନ୍ୟ ଧର୍ମ ରଖି କର ବିଚରଣନ କର ମୋ’ ପୁରେ ଯଥେଚ୍ଛାଚାର ।
ନିଜ ଉନ୍ନତିକି ଉନ୍ନତି ନ ମଣମୋତେ ନ କରିବାଯାଏଁ ଉନ୍ନତ,ଏକ ତରୁ ତଳେ ଥିବେ କେତେ ଜଣ,ବହୁ ଜଳ ଫଳ ଦିଏ ପର୍ବତ ।
ତୁମ୍ଭ ରାଜ୍ୟ ଭୂମି ପ୍ଳାବି ନ ପାରନ୍ତିଆଣ୍ଡାସ ଗିରିର ଅସଂଖ୍ୟ ଝର,କେ ହରିବ ତୁମ୍ଭ ହୃଦୟ ତପତିନ ବହିଲେ ପୂତ ସ୍ରୋତ ମୋହର ।
ହୋଇ ଏକପ୍ରାଣ ହୋଇ ଏକମନଉଚ୍ଚ ତାନେ ଗାଅ, ‘‘ଭାରତୀ ଜୟ’’,ଉଚ୍ଚେ ଟେକ କୀର୍ତ୍ତି- ପତାକା ଗଗନହୋଇଯାଉ ଶୁଭ୍ର ପତାକାମୟ ।•••
Comments
Loading comments…