ଗଣେଶଙ୍କର ଆତ୍ମକଥା
ଅର୍ଘ୍ୟଥାଳୀ
ଗଣେଶ ବୋଲନ୍ତି ବିଘ୍ନରାଜ ବୋଲିପୂଜା କରି ମୋତେ ନରେ,ବହୁ ଚାଟୁ କରି ପ୍ରବର୍ତ୍ତାଇଥାନ୍ତିବିଘ୍ନକୁଳ ନାଶନରେ ।
ଚାଟୁ ଯା’କରନ୍ତି ଚାଟୁ ନୁହେ ତାହାକେବଳ ଅସହ୍ୟ ଗାଳି,ନର କେହି ସହି ନ ପାରନ୍ତେ, ଦେବ-ସ୍ୱଭାବେ ନିଏଁ ସମ୍ଭାଳି ।
କେହି ବୋଲେ ହାତୀ- ମୁଣ୍ଡିଆ, କେହି ବାବୋଲଇ ଏକଦନ୍ତିଆ,କେହି ବୋଲିଥାଏ ଦୁଇ ମାଆ ପୁଅକେ ବୋଲେ ଲମ୍ବପେଟିଆ ।
ବିଘ୍ନଙ୍କର ଯେବେ ରାଜା ହେଲି ମୁହିଁସେ ତ ହେଲେ ମୋର ପ୍ରଜା,ପ୍ରଜାନାଶ କରି କାହିଁ ଉଡ଼ାଇବିଅପକୀରତିର ଧ୍ୱଜା ?
ମୃଗରାଜ ସିନା ମୃଗ ନାଶ କରେପାଶବ ସ୍ୱଭାବ ଧରି,ଦେବତା ହୋଇ ମୁଁ ସେ କ୍ରୂର ଅଧର୍ମକର୍ମ କରିବି କିପରି ?
ଦେବତା ହୋଇ କେ ଆଶ୍ରିତ ନାଶିବାଦେଖା ନାହିଁ, ଶୁଣା ନାହିଁ,ଆଶ୍ରିତ ନାଶିଲେ ନରଲୋକେ ମୋତେପୂଜିବେ ଆଉ କିପାଇଁ ?
ନରେ ବାଞ୍ଛୁଛନ୍ତି ବିଘ୍ନଙ୍କ ମରଣପାଇ ସେହି ସମାଚାର,ନରଙ୍କ ଉପରେ ବିଘ୍ନମାନେ ସିନାକରୁଛନ୍ତି ଅତ୍ୟାଚାର !
ବିଘ୍ନ ସଙ୍ଗେ ଯେହୁ ମିତ୍ରପଣ କରିତୋଷିଥାନ୍ତି ସମାଦରେ,ବିଘ୍ନ ଦେଇ ତାଙ୍କୁ ସାହସ, ତୋଷଇସିଦ୍ଧିପଥ ସମ୍ବାଦରେ ।
ବିଘ୍ନମାନେ ମୋର ସତତ ଅଛନ୍ତିସିନ୍ଧିଭଣ୍ଡାର-ପ୍ରହରୀ,ସିନ୍ଧି ତା’ ହସ୍ତକୁ ନ ଯାଏ ଯେ ଥାଏଦୂରୁ ଚାହିଁ ତାଙ୍କୁ ଡରି ।
•••
Comments
Loading comments…