ଗୌରୀଶଙ୍କର ବା ଏଭରେଷ୍ଟ

ଅର୍ଘ୍ୟଥାଳୀ

ସ୍ଥାଣୁ ରୁଦ୍ର ବ୍ୟୋମକେଶ ଗିରୀଶ ଶଙ୍କରସ୍ୱର୍ଣ୍ଣଦୀ କମଳମାଳେ ମଣ୍ଡିତ ମସ୍ତକ,ଷେଧୀଶ ଆହା ତହିଁ କେଡ଼େ ମନୋହର,ବିଦ୍ୟୁଜ୍ଜିହ୍ୱ ନାଗମାଳ ତୁମ୍ଭ ଗ୍ରୈବେୟକ ।

ତୁଷାର ବିଭୂତିମୟ ଶୁଭ୍ର କଳେବର,ପାର୍ବତୀ ସୁଷମା ଯହିଁ ଚିର ଆଲିଙ୍ଗିତ,ଧ୍ୟାନମଗ୍ନ ଗୋବାହନ ସଦ୍ୟ ଦିଗମ୍ବର,ନୀର୍ଜ୍ଜନେ ନିସ୍ତବ୍‌ଧେ ହୋଇଅଛି ବିଭାଜିତ ।

ବସି ତୁମ୍ଭ ପାଦତଳେ ମୁନୀନ୍ଦ୍ରମଣ୍ଡଳଲଭୁଛନ୍ତି ବିଷ୍ଣୁପଦୀ ଅମୃତର କଣା,ମୁଗ୍‌ଧ ହୋଇଥାନ୍ତି ଶୁଣି ତବ ଅବିରଳସ୍ୱର୍ଗଭେଦୀ ମେଘମନ୍ଦ୍ର ଡମରୁ ବାଜଣା ।

ସୁଖକର ମଣିଅଛ ଶ୍ୱଶୁର ଆଳୟ,ଜୟ ଶମ୍ଭୁ ଭୋଳାନାଥ ଜୟ ମୃତ୍ୟୁଞ୍ଜୟ ।

•••

Comments

Loading comments…