ଜ୍ୟେଷ୍ଠ ଜାତିର ଅପକର୍ମର ପରିଣାମ
ଅର୍ଘ୍ୟଥାଳୀ
ଯେତେବେଳେ ଜ୍ୟେଷ୍ଠ ଜାତି ହୋଇ ଦୁରାଚାରକନିଷ୍ଠ ଉପରେ କରେ ନାନା ଅତ୍ୟାଚାର;
ଧର୍ମାଧର୍ମ ନ ବିଚାରି ଦେଖାଏ ସ୍ୱବଳ,ସ୍ୱାର୍ଥସିଦ୍ଧି ପାଇଁ ସୃଜେ ବିବିଧ କୌଶଳ,
ଈଶ୍ୱରେ ନ ଗଣି ମଣେ ନିଜକୁ ଈଶ୍ୱରବିସ୍ମରେ ଜୀବନେ ହିତସାଧନ ବିଶ୍ୱର,
ପର-ଦୁଃଖ ପର-ତାପ ନ କରି କଳନାପ୍ରତାପ ଦେଖାଏ ତାର ଅଦ୍ଭୁତ ଛଳନା,
ନିଜ ସୁଖବୃଦ୍ଧି ପାଇଁ କରି ଯତନ,ଘୃଣାରେ ନ ଛୁଏଁ ଚାହିଁ କନିଷ୍ଠ ପତନ,
ତେତେବେଳେ ହରାଏ ତା’ ଜ୍ୟେଷ୍ଠତା ଗୌରବ,କନିଷ୍ଠର ଧର୍ମବଳେ ପାଏ ପରାଭବ।
ଏହି ରୂପେ ପୂର୍ବଦେବ ପୁଣ୍ୟଜନମାନେଅପଧର୍ମେ ଘୃଣ୍ୟ ହେଲେ ରାକ୍ଷସାଭିଧାନେ ।
•••
Comments
Loading comments…