ନବବର୍ଷ

ଅର୍ଘ୍ୟଥାଳୀ

ବର୍ଷଟିଏ ଗଲା ଉତ୍କଳ-ଜୀବନେଘଟାଇ ଗଭୀର ଦୁଃଖ,ଦୁଃଖ ଉପଶମ ପାଇଁ କିଛି ପୁଣିଦେଖାଇ ଦେଇଛି ସୁଖ ।

ଦେଇଛି ଯେ ଦୁଃଖ ରହିବ ତା’ ବକ୍ଷ-ସ୍ଥଳରେ କଳଙ୍କ ହୋଇ,ଶତ ଚେଷ୍ଟାକଲେ ଶତ ସ୍ରୋତଜଳେନ ପାରିବ ତାହା ଧୋଇ ।

ଯେ ମଧୁସୂଦନ ଉତ୍କଳସଦନକରୁଥିଲେ ଆଲୋକିତ,ତାଙ୍କୁ ନେଇ ଏକ ବର୍ଷ ଅବିବେକହୋଇଗଲା କଳଙ୍କିତ ।

ଗୌରବ ମସ୍ତକେ ବସାଇ କ୍ଷଣକେବୈକୁଣ୍ଠନାଥଙ୍କୁ ହରି,ତା’ ପରେ ବତ୍ସର ଘୋର କଳଙ୍କରବାନାଟିଏ ଗଲା ଧରି ।

ରାଧାନାଥ ମନ ବଇକୁଣ୍ଠ ଧନହୋଇ ଚିର ସହକୃତ,ଉତ୍କଳର ବଳ- ବର୍ଦ୍ଧକ ସମ୍ବଳଥିଲା ଯଥା ଖଣ୍ଡ ଘୃତ ।

ଗଲେ ସେ ସକଳେ ଥୋଇ ଏ ଉତ୍କଳେଜୀବନର ପ୍ରତିବିମ୍ବ,ଦର୍ପଣ ଦୋଷରୁ ସହକାର ତରୁକେବେ କାହିଁ ହେବ ଲିମ୍ବ ।

ଦେଇଅଛି ହର୍ଷ ମଧ୍ୟରେ ଏ ବର୍ଷସତ୍ୟବାଦୀ ବିଦ୍ୟାଳୟ,ନବ ସଂସ୍ଥାପନେ ଉତ୍କଳର ପ୍ରାଣେହେଲା ନବ ବଳୋଦୟ ।

ଯେଉଁ ଗଙ୍ଗବଂଶ ଉତ୍କଳରେ ଯଶରଖିଛନ୍ତି ବିଦ୍ୟାବଳେ,ତାଙ୍କ ବଂଶଧର ଶ୍ରୀ ଦିବ୍ୟଶଙ୍କରଆରୋହିଲେ ବିଦ୍ୟାଚଳେ ।

ବହି ନବ ଆଶା ଜନମିଛ ‘ଆଶା’‘ଉତ୍କଳ ସେବକ’ ସହ,ସାହିତ୍ୟ ସମାଜ ତେଜିଅଛି ରାଜସାହାଯ୍ୟେ ମରଣ-ଭୟ ।

କରୁଣାବାରିଧି ରାଜପ୍ରତିନିଧିଦୁର୍ଦ୍ଦଶା କରିବେ ବୋଲି,ଉତ୍କଳକୁ ବିଜେ କରି ଦେଲେ ନିଜେଆଶ୍ୱାସ-ଚନ୍ଦନ ବୋଳି ।

ଉତ୍କଳ ଭବନ ନେତା ବିଚକ୍ଷଣଶ୍ରୀ ମଧୁସୂଦନ ଦାସ,ନିଜ ପରିବାର ଚାଳନର ଭାରନେଲେ ତେଜି ଅଉଦାସ୍ୟ ।

ଆସ ଆସ ନବ ସମ୍ବତ୍ସର ତବପୟରେ ଅଭିବାଦନ,ହରି ଦୁଃଖଭାର ଉତ୍କଳ ପ୍ରଜାରକର ମଙ୍ଗଳସାଧନ ।

ନବ ନବ ବଳ ସୃଜିବା କେବଳଅଟଇ କାଳ ବିଧି,ହେ ଶୁଭ ସମୟ ହେଉ ସତ୍ୟମୟତୋର ସନାତନୀ ସିଦ୍ଧି ।

ଉତ୍କଳବାସୀଏ ଉତ୍କଳଭାଷୀଏଯହିଁ ତହିଁ ପଛେ ଥାଅ,ନବ ପ୍ରତ୍ୟୁଷରେ ନବୀନ ଭାଷରେନବୀନ ସଙ୍ଗୀତ ଗାଅ ।

କୋଟିଏ କଣ୍ଠରେ ଗୋଟିଏ ରାଗରେଉଠିଲେ ସ୍ତବ ସଙ୍ଗୀତ,କି ଜଗଦୀଶ୍ୱର କି ଭାରତେଶ୍ୱରନିଃସନ୍ଦେହ ହେବେ ପ୍ରୀତ ।

କର୍ମକ୍ଷେତ୍ର ମହୀ- ମଣ୍ଡଳରେ ରହି-ଅଛ ସେହି ଯେତେ କଷ୍ଟ,କର୍ମେ ଅଗ୍ରସର ହୁଅ ହେ ସତ୍ୱରତାହା ସବୁ ହେବ ନଷ୍ଟ ।

କର୍ମୀ ଅନୁକୂଳ ଆଜ ରାଜକୁଳକର୍ମ ଅନୁସାରେ ବରଦେବାକୁ ତତ୍ପର ସଦା ନ୍ୟାୟପରସମ୍ରାଟ ଭାରତେଶ୍ୱର ।

•••

Comments

Loading comments…