ପାପକ୍ଷୟ ଘାଟ
ଅର୍ଘ୍ୟଥାଳୀ
ଏହି ସେହି ସୁପବିତ୍ର ପାପକ୍ଷୟ ଘାଟ,ଗଜପତିଙ୍କର ଯହିଁ ହେଲା ପାପକ୍ଷୟ,ନିଷ୍କଣ୍ଟକ ହୋଇଗଲା ସ୍ୱରଗର ବାଟ,ମହାବ୍ୟାଧି ମୁଞ୍ଚି ରାଜା ହେଲେ ନିରାମୟ ।
ବହୁଛି ନିର୍ମଳ ଜଳ ତଟର ନିକଟ,ଦେଖିଲାମାତ୍ରକେ ଲୋକନେତ୍ର ପାପ ହରେ,ନିମଜ୍ଜିତ ହେଲେ ସୁଖ ଶାନ୍ତି ଲଭେ ଘଟପବିତ୍ର ପ୍ରସାଦରାଶି ଜୀବନରେ ଭରେ ।
କରିଛନ୍ତି ଚୂନଲିପ୍ତ ପାଷାଣ-ସୋପାନଗିରିଧାରୀ ଗିରିଧାରୀ-ପଦାବ୍ଜ-ଭ୍ରମର,ବିସର୍ଜିଲେ ବଦରିକା ଆଶ୍ରମରେ ପ୍ରାଣ,ନାମ ତାଙ୍କ ଏହିଠାରେ ହୋଇଛି ଅମର
ସୁଶୀତଳ ତଟ-ବଟ-ଛାୟା ମନୋରମ,ମନ୍ଦ ଗନ୍ଧବହ ସହ ଦୂର କରେ ଶ୍ରମ ।
•••
Comments
Loading comments…