ପ୍ରଧାନପାଟ
ଅର୍ଘ୍ୟଥାଳୀ
ଆହା ସେ ପ୍ରଧାନପାଟ ନେତ୍ର-ପ୍ରୀତିକର,ଭାବୁକର ଭାବମୟ ହୃଦୟରଞ୍ଜନ,ଗିରିଶିରବିଭୂଷିତ ଶୁଭ୍ର-ସ୍ୱଚ୍ଛ-ଝର,ଆତପତାପିତ-ତନୁ-ତାପ-ବିଭଞ୍ଜନ ।
ସମୁଚ୍ଚ ଶିଖରୁ ଲମ୍ଫ ଦେଇ ବାରମ୍ବାରସୁରମ୍ୟ ବିପିନ କୋଳେ ହୁଏ ପ୍ରପତିତ,ସଦାଶିବ ଶିରୁ ଯେହ୍ନେ ଜାହ୍ନବୀର ଧାରଡେଉଁଅଛି ତାରିବାକୁ ଭୁବନେ ପତିତ ।
ବୀକୀର୍ଣ୍ଣ ହେଉଛି ଦେହୁ ଶୀକରନିକର,ବୃଷ୍ଟି ହେଉଅଛି ଯେହ୍ନେ ମୌକ୍ତିକପଟଳମଧୁର ନିନାଦକର ମ୍ଳାନିଗ୍ଳାନିହର,ଦେଖିଦେଲେ ମନପ୍ରାଣ ହୁଏ ସୁଶୀତଳ ।
ଶୁଭ୍ର କରି କୁଣ୍ଡ ଫେନ ବୁଦ୍ବୁଦ୍ନିବହେସୁବିମଳ ସ୍ରୋତ ହୋଇ ବନଗର୍ଭେ ବହେ ।
•••
Comments
Loading comments…