ବିଦ୍ୟାରତ୍ନଙ୍କ ହିତୈଷିଣୀ
ଅର୍ଘ୍ୟଥାଳୀ
ଶରତ ସମୟେ ସରେ ସାରସ କାନନଚାହୁଁଥିଲା ଟେକି ନବ ପ୍ରଫୁଲ୍ଲ ଆନନ ।ଆହ୍ଳାଦିତ ହେଉଥିଲେ କୁମୁଦ କହ୍ଳାର,ଅଳିକୁଳ ତୋଳୁଥିଲେ ମଧୁର ମହ୍ଳାର ।ରାଜହଂସକୁଳ ତହିଁ ହୋଇ ନବାଗତପ୍ରୀତ ହେଉଥିଲେ ଲଭି ସାରସ ସ୍ୱାଗତ ।ଅରୁଣ ବରଣ ଭାଇ କାରଣ୍ଡବଗଣତରୁଣ ବୟସେ କରୁଥିଲେ ବିଚରଣ ।ଜ୍ୟୋତିଷ୍କମଣ୍ଡଳ ପ୍ରଭା କରି ଷୋଳପଣହର୍ଷେ ଦେଖୁଥିଲେ ସ୍ୱଚ୍ଛ ସରସୀ ଦର୍ପଣ ।ବିଗତ ବରଷାକାଳ କୀର୍ତ୍ତିଧ୍ୱଜ ପରି,ଖଣ୍ଡ ଖଣ୍ଡ ଅଭ୍ର ଥିଲେ ଶୁଭ୍ର କାନ୍ତି ଧରି ।ଶାରଦୀୟ ସ୍ୱର୍ଣ୍ଣବର୍ଣ୍ଣ ପକ୍ୱ ଧାନ୍ୟ ବହିଅନ୍ନପୂର୍ଣ୍ଣାରୂପେ ଶୋଭା ପାଉଥିଲା ମହୀ ।‘ବୁଧହଂସ କେଳିସର’ ଦେବଦୁର୍ଗ ଧାମେଜନମିଲା ସୁପତ୍ରିକା ‘ହିତୈଷିଣୀ’ ନାମେ ।ଶାପଭ୍ରଷ୍ଟ ଦେବ ଥିଲେ ନରେନ୍ଦ୍ର ସୁଢ଼ଳ,କୀରତି-ଉଦ୍ୟାନେ ତାଙ୍କ ଅନେକ ସୁଫଳ ।ତାଙ୍କ ସେ ଉଦ୍ୟାନେ ପାଇ ସମାଦରେ ସ୍ଥାନବଢ଼ିଗଲା ପତ୍ରିକାର ଅତୁଳ ସମ୍ମାନ ।ନୀଳମଣି ବିଦ୍ୟାରତ୍ନ ବହୁଗୁଣାଧାରନରେନ୍ଦ୍ର ଆଦେଶ ନେଲେ ତା’ ରକ୍ଷଣଭାର ।ଯନ୍ତ୍ର ନଭେ ଉଠି ପତ୍ର ପୂର୍ଣ୍ଣ ସୁଧାକରରମ୍ୟରୂପେ ହେଲା ଲୋକନୟନଗୋଚର ।ଚଉଦିଗେ କଲା ଜ୍ଞାନଚନ୍ଦ୍ରିକା ପ୍ରକାଶ,ଅଜ୍ଞାନ-ତିମିର ଦୂର ହେଲା ଲଭି ତ୍ରାସ ।ବୁଧ-ହୃଦ-ଜୀବଞ୍ଜୀବ ସେ ଚନ୍ଦ୍ରିକା ପାନକରି ସମୁଲ୍ଲାସେ କଲା ମଧୁମୟ ଗାନ ।ନିର୍ମଳ ହୃଦୟ ସରେ ଭାଷା-କୁମୁଦିନୀ,ବିକସିତ ହୋଇ ହେଲା ଚିତ୍ତବିନୋଦିନୀ ।ଫୁଟିଲା ପ୍ରବନ୍ଧ-ଫୁଲ, ଛୁଟିଲା ସୁବାସଲାଗିଲା ପାଠକ-ମଧୁଲିଟଙ୍କ ବିଳାସ ।ଉଠିଲା କବିତା-ସିନ୍ଧୁ-ତରଙ୍ଗପଟଳ,ପ୍ରତିଭା ଓଷଧି କଲା ପ୍ରତିଭା ପ୍ରବଳ ।ସମାଜ-କାନନେ ପଶି ସେ ଚନ୍ଦ୍ରକିରଣକୁରୀତି-ତିମିର କଲା ଯତନେ ହରଣ ।ବିଧବାର ଦୁଃଖ-ତମେ ଯେ କନ୍ଦର ପୂର୍ଣ୍ଣ,ନ ଡରିଲା ତହିଁ ପଶି ହେବାପାଇଁ ଚୂର୍ଣ୍ଣ ।ବିଧବାର ଏକାଦଶୀ କଷ୍ଟ ଅନୁଭବିପଶିଗଲା ରଶ୍ମିଜାଳ ହିମରୂପେ ସ୍ରବି।ଶୈଶବ ବିବାହ ପଥେ ଯେ ଭୀଷଣ ଗ୍ରାମ,ଜଣାଗଲା ତହିଁ ଗୋଟି ଗୋଟିକର ନାମ ।ଉତ୍କଳରେ ହେଲା ନବ ଯୁଗର ଆରମ୍ଭ,ଦିଗେ ଦିଗେ ବ୍ୟାପିଗଲା ସାହିତ୍ୟ-ସୌରଭ ।ଦ୍ରବିଲା ପାର୍ବତୀ କାବ୍ୟ ଚନ୍ଦ୍ରକାନ୍ତ ମଣି,ଦୀପ୍ତ ହେଲେ ରାଧାନାଥ ସେ ମଣିର ଖଣି ।ନବ ରକ୍ତ ସଞ୍ଚରିଲା ଉତ୍କଳ-ଜୀବନେ,ନବ ବଳ ଉପୁଜିଲା ଉତ୍କଳୀ ଯୌବନେ ।ସାହିତ୍ୟିକମଣ୍ଡଳୀର ଗୌରବବର୍ଦ୍ଧନ,ସଙ୍ଗେ ହେଲା ଦାମ୍ଭକଙ୍କ ଗରବ ମର୍ଦ୍ଦନ ।ଗୋପନରେ କରୁଥିଲେ ପାପିଏ ଯେ ପାପ,ହସି ଲୋକେ ଦେଲେ ତାଙ୍କ ମନରେ ସନ୍ତାପ ।ଅବିଚାର ଅତ୍ୟାଚାର ହେଲା ପ୍ରଶମିତ,ଅଯଥାଡ଼ମ୍ବର ହୋଇଆସିଲା ଦମିତ ।ଆମୋଦ ପ୍ରମୋଦ ଗଳ୍ପ ଉପନ୍ୟାସ ଛଳେ,ବିବିଧ ରହସ୍ୟ ହେଲା ପ୍ରକଟ କୌଶଳେ ।ମନେପଡ଼େ ‘‘ଗଜେନ୍ଦ୍ରଙ୍କ ଗଜିଆବତାର’’,ରମ୍ଭାପତ୍ର ପାଇଁ ଉପବାସୀ ପରିବାର ।‘‘କଦଳୀଖିଆର କଥା’’ ନ ହେବ ବିସ୍ମରି,ଉପମେୟ ପାତ୍ର ତାକୁ ବଳେ ଆଣେ ଧରି ।ଅକବିର କବିତାଟି ହୃଦେ ଉପଗତ,ହୋଇ କରିଦିଏ କ୍ଷଣ-କ୍ଷଣକେ ଜାଗ୍ରତ ।‘ଜେମାଙ୍କ ବିୟୋଗ’ ପଦ୍ୟ ହେଉଛି ସ୍ମରଣ,ଲେଖିଥିଲେ ଯାହା ଲାଲା ରାମନାରାୟଣ ।ପ୍ରକାଶିତ ହେଲା ଯେଉଁ ପ୍ରହେଳିକାମାନ,ଅଦ୍ୟାପି ମାନସେ ପାଉଅଛନ୍ତି ସମ୍ମାନ ।ହେବାରୁ ସମ୍ବଲପୁର ନେତ୍ର ଉନ୍ମୀଳିତକଷ୍ଟକୁ ନ ଗଣି ହେଲା ଉତ୍କଳେ ମିଳିତ ।ହିନ୍ଦୀର ଗ୍ରାସରୁ ହେଲା କି କଷ୍ଟେ ଉଦ୍ଧାର,ରାହୁକବଳରୁ ସୁଧାକର ପରକାର ।ଗୁଣିଗଣ ଥିଲେ ଯାହା ଅପ୍ରକାଶ ଲୋକେ,ମୁଖ ଚୁହାଁଚୁହିଁ ହେଲେ ନିର୍ମଳ ଆଲୋକେ ।ଆନନ୍ଦରେ ବସିଥିଲା କବିଙ୍କର ସଭା,ଦୀପ୍ତ ହେଲା କବିଙ୍କର ଅଳଙ୍କାରପ୍ରଭା ।ମାଗଣା ଭୂଷଣ ନେଇ କେତେ ସଭାସଦ,ପାଇଗଲେ ତହିଁ ସଙ୍ଗେ କବିଙ୍କର ପଦ ।ଲାଗିଲା ମୟୂରଭଞ୍ଜେ ବାଣୀ ଆରାଧନାଧୂପଗନ୍ଧେ ମୁଗ୍ଧ ହୋଇଗଲେ ଦିଗଙ୍ଗନା ।ଆରତି ପ୍ରଦୀପେ ଦେବୀ ବଦନମୟୂଖଦୀପ୍ତ କଲା ମହାପାତ୍ର ପୂଜାହାରୀ ମୁଖ ।ଭକ୍ତ ଦେଖି ପୂଜାହାରୀ ବାଣ୍ଟୁଥିଲେ ଭୋଗ,ସନ୍ଦେଶ ଉଖୁଡ଼ା ଖଇ ଯହିଁର ଯେ ଯୋଗ୍ୟ ।‘ଇନ୍ଦ୍ରଧନୁ’, ‘ବିଜୁଳି’ର ହେଲା ବାଦୀପାଲା,ଚଳିଲା ଦାହିକା ଗୀତି ଚଉପଦୀମାଳା ।କଟକରେ ବିଶ୍ୱନାଥ ‘ସାହିତ୍ୟ’-ଜାହାଜଚଳାଇଲେ ପାଇ ଧନୀମାନୀଙ୍କ ସାହାଯ୍ୟ ।‘ହିତୈଷିଣୀ’ ସ୍ୱଚ୍ଛାଲୋକେ ଚୌଦିଗ ଉଜ୍ଜ୍ୱଳହେବାରୁ ଏ ଶୁଭଯୋଗ ଲଭିଲା ଉତ୍କଳ ।ଧନ୍ୟ ଧନ୍ୟ ବାସୁଦେବ ମହୀପାଳମଣି,ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି ।ଉତ୍କଳରେ କରି ଶୁଭ ଯଜ୍ଞର ଆରମ୍ଭ,ସ୍ଥାପିଦେଲ କାଳଦର୍ପ ଧ୍ୱଂସୀ ଯୂପସ୍ତମ୍ଭ ।ରାଧାନାଥ ସରସ୍ୱତୀ ମୂର୍ତ୍ତି ନବ ଯନ୍ତ୍ରେଗଢ଼ିଗଲେ, ଜୀବନ୍ୟାସ କରିଦେଲ ମନ୍ତ୍ରେ ।ଯାବତ ଉତ୍କଳେ ଥିବ ବାଣୀନିକେତନ,ତାବତ ଉଡ଼ିବ ତୁମ୍ଭ କୀରତି-କେତନ ।ଯେତେ ନେତ୍ରେ ଦେଇଅଛ ସୁଜ୍ଞାନ-ଅଞ୍ଜନ,ନିଶ୍ଚେ ହୋଇଥିବ ତାଙ୍କ ହୃଦୟରଞ୍ଜନ ।ବୋଲନ୍ତୁ ପଛକେ ଲୋକେ ତୋତେ କିଏ ଗଣେସଦା ବୋଲୁଥିବି ମୁହିଁ ତହିଁ ମଧ୍ୟେ ଜଣେ ।କରିଅଛ ମୋର ଯେତେ ଯେତେ ଉପକାର,ମୋ’ ହୃଦେ ରହିଛି ସବୁ ସ୍ୱର୍ଣ୍ଣମୟ ଗାର ।ତୁମ୍ଭ କୀରତିର ଚାରୁ ପତାକା ସୀବନେସୂତ୍ର ହେଲେ ଧନ୍ୟ ହେବି ମୁଁ ଦୀନ ଜୀବନେ ।
•••
Comments
Loading comments…