ବୁଢ଼ାରାଜା
ଅର୍ଘ୍ୟଥାଳୀ
ଦେଉଳ କୀରୀଟ-ଶିରେ ବିଜେ ବୁଢ଼ାରଜା,ବିବିଧ କୁସୁମପୁଞ୍ଜେ ମଞ୍ଜି ଅପଘନ,କୋହ୍ଳ ସୀମନ୍ତିନୀଙ୍କର ଚାହିଁ ନୃତ୍ୟମଜାତରୁ ଲୋମ ପୁଲକାଇ ମଜ୍ଜାଇଛ ମନ ।
ନିତି ନିତି ରେଳ ଆରୁ ଖଟୁଅଛି ପାଦେବଜାଇ ବାଜଣା ଉଭା ହୋଇ ସିଂହଦ୍ୱାରେ,ରଞ୍ଜୁଛି ମାନସ ତୁମ୍ଭ ରମ୍ୟ ଶଙ୍ଖନାଦେ,ନାଦସ୍ରୋତ ପଡ଼େ ଯାଇ ହୃଦୟ-କେଦାରେ ।
ଦେଖିନେଲ ପ୍ରଥମରେ ଚୌହାଣଙ୍କ ଲୀଳା,ସହିଲ ମର୍ହଟ୍ଟାଙ୍କର ଦୁର୍ନୀତିନିଚୟ,ଦେଖିଲ ସୁନ୍ଦର ଯୋଗେ ଯେ କାଣ୍ଡ ଚଳିଲା,ଦେଖୁଅଛ ଇଂରେଜଙ୍କ ରମ୍ୟ ଅଭିନୟ ।
ମାଡ଼ି ବସିଅଛ ମହୀ ମହା ସିଂହାସନ,ତୁମ୍ଭ ଅଭିଷେକ କରେ ଜୀମୂତବାହନ ।
•••
Comments
Loading comments…