ମହାନ୍ଧକାର

ଅର୍ଘ୍ୟଥାଳୀ

(୧)ଅନ୍ଧକାର ଅନ୍ଧକାର ଅନ୍ଧକାରରାଶି,ଅନନ୍ତ ଆକାରେ ଅଛି ଜଗତକୁ ଗ୍ରାସି ।

ସଉର ଜଗତ ଦୀପ ଆମ୍ଭ ପ୍ରଭାକରଅନ୍ଧକାର ନାଶେ ମାତ୍ର ସୌର ଜଗତର ।

ବିଶ୍ୱ ତୁଳନାରେ ଏହି ସଉର ଜଗତପୃଥ୍ୱୀ ତୁଲେ ଗୃହଟିରୁ ନ ହେବ ବୃହତ ।

ପୃଥିବୀର ପୃଷ୍ଠେ ଅଛି ଯେତେ ଯେତେ ଘର,ତହିଁ ଦୀପ ଏକ ଏକ ତାରା ମନେକର ।

ପ୍ରଥମ ନିଶାରେ ଉଠି ପର୍ବତ ଶିଖରେଦୃଷ୍ଟିପାତ କଲେ ଏକ ପ୍ରକାଣ୍ଡ ନଗରେ,

ନଗର ଆଲୋକ ଯଥା ହୁଏ ଦୃଶ୍ୟମାନ,ଛାୟାପଥ ହୋଇପାରେ ସେ ଦୃଶ୍ୟ ସମାନ ।

ଘୋର ଘନ ସମାଚ୍ଛନ୍ନ ଅମା ରଜନୀରେଅବଶିଷ୍ଟ ଅନ୍ଧକାର ଯେତେ ଅବନୀରେ,

ତହୁଁ ବଳି ତମେ ପୂର୍ଣ୍ଣ ଅସୀମ ଗଗନ,ଅତି ଦୂରୁ ଦିଶୁଅଛି ସୁନୀଳ ବରଣ ।

ବିଶ୍ୱ ଯଦି ହୋଇଥାନ୍ତା ଶୁଭ୍ରାଲୋକମୟ,ନ ଦିଶନ୍ତେ ରବି ଚନ୍ଦ୍ର ତାରକାନିଚୟ ।

ପର୍ବତେ ଜଳଇ ବହ୍ନି ଦିଶଇ କି ଦିନେ,ନ ଦିଶେ ତେଜସ୍ୱୀ-ତେଜ ତିମିରବିହୀନେ ।

କି ସୂର୍ଯ୍ୟ କି ତାରା ସର୍ବେ କ୍ଷୟର ଅଧୀନ,କାଳେ ମହା-ଅନ୍ଧକାର-ଗର୍ଭେ ହେବେ ଲୀନ ।

(୨)ଅଙ୍ଗାରଗରଭେ ଯଥା ହୀରକ ଜନମ,ତମୋଗର୍ଭେ ଜନମିବା ଜ୍ୟୋତିଷ୍କଧରମ ।

ଜାତର ମରଣ ସର୍ବେ କରନ୍ତି ସ୍ୱୀକାର,କିଏ ନ ବୋଲିବ ତେବେ ନିତ୍ୟ ଅନ୍ଧକାର ?

ତମୋମୟ ମହାକାଶେ ସୁପ୍ରକାଶମାନଆକାଶ, ମରୁତ, ବହ୍ନି, ଜଳ, ଭୂମିମାନ,

ଆକାଶ ବହିଛି ସେହି ତିମିରବରଣ,ମରୁତେ ତିମିର କାନ୍ତି ହୋଇଛି କ୍ଷରଣ ।

କୃଷ୍ଣ ଅର୍ଚ୍ଚିନାମ ନିଜେ ବହିଛି ଅନଳ,ନୀଳ ଦିଶେ ସ୍ୱଚ୍ଛସିନ୍ଧୁ, ସରିତର ଜଳ ।

ଭୂମିର ଗରଭେ ବିଲେ ଭୂଧର କନ୍ଦରେନିତ୍ୟ ଅନ୍ଧକାର, ଲୁଚି ନାହିଁ ସୂର୍ଯ୍ୟ ଡରେ ।

ରବି କରେ ଅଛି ନୀଳ ବର୍ଣ୍ଣେ ଅନ୍ଧକାର,ତରୁ ତୃଣ ଶ୍ୟାମଳତା ତାହାର ବିକାର ।

ଆଲୋକେ ଦିଶଇ ସବୁ ଅନିତ୍ୟ ବରଣ,ତମଃ କୃଷ୍ଣବର୍ଣ୍ଣ ନିତ୍ୟ ଜଗତଶରଣ ।

ଜ୍ୟୋତିଙ୍କ ଜନମଦାତା ସର୍ବ ତମୁପର,ଏକ ମହାଜ୍ୟୋତିର୍ମୟ ପରମ ଈଶ୍ୱର ।

•••

Comments

Loading comments…