ସମଲାଈ ଦେବୀଙ୍କ ପ୍ରତି
ଅର୍ଘ୍ୟଥାଳୀ
ଜୟ ମାତଃ ସମଲାଈ ରତ୍ନକିରୀଟିନୀ,କବରୀ ଶୋଭିତ ତୋର କେତକୀର ଦଳେଶ୍ୱେତ ଶାନ୍ତ ରୂପେ ହେଉ ତ୍ରିଦଶ-ତଟିନୀଧବଳ କୁସୁମମାଳ ଲମ୍ବୁଥାଏ ଗଳେ ।
ଜବାପୁଷ୍ପ ଗଭା ମଧ୍ୟେ ଦୀରକର ଭୂଷା,ଚାହିଁ ମୋ’ ହୃଦୟ ହୁଏ ଆଶା-ପଦ୍ମାକର,ମଣି ତୋତେ ସଉଭାଗ୍ୟଦିନଶଂସୀ ଉଷା,ନିକଟେ ଲଭିବ ବୋଲି ସୁଖ ଦିବାକର ।
ତୁହି ଶକ୍ତି ତୁହି ବୁଦ୍ଧି ତୁହି ସରସ୍ୱତୀ,ତୁ ପ୍ରତିଭା, ତୁହି ମାଗୋ ଲକ୍ଷ୍ମୀସ୍ୱରୂପିଣୀ,ଜଗତ-ଜନନୀ ତୁହି ଆଦ୍ୟା ଭଗବତୀ,ସମ୍ପତ୍ତିଦାୟିନୀ ସର୍ବ ବିପଦ-ନାଶିନୀ ।
ଜଗତରେ ଯାହା ଅଛି ସବୁ ତୋର ସିନା,କି ଦେଇ ପୂଜିବି ପଦେ ପ୍ରେମ-ଭକ୍ତି ବିନା ?
•••
Comments
Loading comments…