ସ୍ୱର୍ଗୀୟା କୃଷ୍ଣକୁମାରୀ

ଅର୍ଘ୍ୟଥାଳୀ

ଧନ୍ୟା କୃଷ୍ଣକୁମାରୀ ମା’ ଭାଗ୍ୟବତୀ ସତୀ,ତପଫଳେ ପାଇଥିଲ ମୁନିକଳ୍ପ ପତି ।ଅବତରି ଥିଲ କି ମା’ ସ୍ୱରଗର ଦେବୀ,ସ୍ୱର୍ଗୀୟ ପ୍ରେମରେ ଥିଲ ପତିପଦ ସେବି ।ସୁତା ସୁତା ଦେଇ ସେହି ପ୍ରଣୟର ଫଳସଂସାର- ଜଞ୍ଜାଳ କି ମା’ ମଣିଲ ଗରଳ !ପତି-ହୃଦ-ଦରପଣେ ପ୍ରତିବିମ୍ବ ରଖିଚଳିଗଲ ସ୍ୱର୍ଗପୁର ନିଜ ଧାମ ଲକ୍ଷି ।ସେ ହୃଦୟଦରପଣ ପ୍ରଶସ୍ତ ନିର୍ମଳ,ସ୍ଥାନ ପାଇଅଛି ତହିଁ ସମସ୍ତ ଉତ୍କଳ ।ପତିଦତ୍ତ ଉପହାର କୁସୁମ-ସୌରଭେଆମୋଦିତ କରୁଅଛ ଉତ୍କଳ-ଗୌରବେ ।କୀରତି-ଶଇଲଚୂଳେ ପତି ବାମଭାଗେ,ଆସନ ତୁମ୍ଭର ବହୁ ରାଜା-ରାଣୀ ଆଗେ ।ଉତ୍କଳବରେଣ୍ୟ କବି ଫକୀରମୋ ହନ,କରିଥିଲ ବୋଲି ତାଙ୍କ ପୀରତି ଦୋହନ,ଧରିଥିଲ ବୋଲି ତାଙ୍କ ପୁଣ୍ୟମୟ କର,ଆଜି ତୁମ୍ଭ ସମାଧିର ଭୁବନେ ଆଦର ।ସମାଧି-ମନ୍ଦିର ତୁମ୍ଭ ସ୍ୱକୀୟ ଆଳୟେଦେଖୁଛନ୍ତି ପତି ପ୍ରେମ-ପ୍ଳାବିତ-ହୃଦୟେ ।ଉତ୍କଳର ତୀର୍ଥ ତୁମ୍ଭ ପତିଙ୍କର ଘର,ଚାହିଁ ପୂତ ହେଉଛନ୍ତି ଉତ୍କଳର ନର ।ଚମତ୍କୃତ ହୋଇଥାନ୍ତି କରି ଦରଶନଧନୀଙ୍କର ଧନରତ୍ନପୂରିତ ସଦନ;ଯେଉଁମାନେ ଯାଇଥାନ୍ତି ତୁମ୍ଭ ପତିଦ୍ୱାର,ଦୂରୁ ତାଙ୍କ ହୋଇଥାଏ ଭକତି ସଞ୍ଚାର ।କାଳେ ଧନ ରତ୍ନ ସବୁ ଲଭଇ ବିନାଶ,ତୁମ୍ଭ ପତି ଯଶ ହେବ ଅଧିକେ ବିକାଶ ।

•••

Comments

Loading comments…