ସ୍ୱର୍ଗୀୟ କବିବର ରାଧାନାଥ ରାୟ
ଅର୍ଘ୍ୟଥାଳୀ
(୧)ଆସିଥିଲ ରାଧାନାଥ ବିଧିର ପ୍ରେରଣେ,ଆବଶ୍ୟକ ସମୟରେ ଉତ୍କଳର ପାଇଁ,ଭାରତୀଙ୍କି ମଣ୍ଡିବାକୁ ସୁରମ୍ୟ ଭୂଷଣେ,ରତନଖଣିର ପଥ ଦେବାକୁ ଫିଟାଇ ।ଅବିଶ୍ରାନ୍ତ ଭ୍ରମି କାବ୍ୟ-କୁସୁମ କାନନେ,ବାଛି ବାଛି ଦିବ୍ୟ ଫୁଲ କଲ ନବ୍ୟ ହାର,ସୌରଭ ତା’ ମହୀ ବ୍ୟାପି ଉଠିଲା ଗଗନେଜନ୍ମାଇଲା ଦେବଙ୍କର ହୃଦେ ଚମତ୍କାର ।ଅବନୀରେ ଥାଇ କଲେ ତୁମ୍ଭର ସମ୍ମାନ,ଗଙ୍ଗବଂଶ-ଅବତଂସ ଯେ ସୁଢ଼ଳ ଦେବ,ସ୍ୱର୍ଗେ ଉଠି ଶୂନ୍ୟ ଦେଖି ତୁମ୍ଭ ନିଜ ସ୍ଥାନ,ଡାକିନେଲେ ସମାଦରେ ସେହି ବାସୁଦେବ ।ଉତ୍କଳବାସୀଙ୍କି ଦେଇ ବହୁ ଉପଦେଶ,ସାମୟ ଶରୀର ତେଜି ଗଲ ନିଜ ଦେଶ ।
(୨)ପାର୍ବତୀଙ୍କୁ ରଖିଦେଲ ପୁତ୍ରୀଶୋକ ଦେଇ,ପାଣ୍ଡବେ ରହିଲେ ସ୍ୱର୍ଗଗମନର ପଥେ,କିଏ ତାଙ୍କୁ ଚଢ଼ାଇବ ହିମାଦ୍ରିକି ନେଇ,କିଏ ନେଇ ବସାଇବ ତ୍ରିଦିବର ରଥେ ?ଫିଟାଇ ଦେଇଛ ଶାସ୍ତ୍ର କବି କ୍ଷମତାର,ଚିହ୍ନାଇ ଦେଇଛ ରଙ୍ଗଜର୍ଜରିତ ତୂଳି,ଶିଖାଇ ଦେଇଛ ପୁଣି ତାର ବ୍ୟବହାର,ଆଦର୍ଶ ଦେଇଛ ମନୋମୋହିନୀ ପିତୁଳୀ ।କାହା ହସ୍ତେ ନ୍ୟସ୍ତ କରି ଗଲ କାର୍ଯ୍ୟଭାର,କାହାର ବା ତୁମ୍ଭ ସମ ଅଛି ମନ ଧନ,ଯାହା ପ୍ରତି କରିଥିଲ ଅଙ୍ଗୁଳିର ଠାର,ଈଶ୍ୱର କି ଦେବେ ତାଙ୍କୁ ତୁମ୍ଭ ପରି ପଣ ?ଜଣାଅ ସ୍ୱର୍ଗରେ ଥାଇ ଈଶ୍ୱର ସମୀପେ,ଉତ୍କଳ ଉଜ୍ଜ୍ୱଳ ହେଉ ତୁମ୍ଭ ସମ ଦୀପେ ।
(୩)ନ ଥିଲେ ନବୀନ କବିତୁମ୍ଭ ଅଗୋଚର,କବି ପଦ୍ମାକର ହେଲେ ହେଉଥିଲେ ରବି,ଫୁଟିଲେ କବିତ୍ୱ-କଞ୍ଜ ହୋଇ ମଧୁକରହରିତ ପୂରିତ କର ସୁମଧୁର ରବି ।ସୁଜନ ସମାଜେ ଗଣି ହେଉଥିଲ ତଳେଭୁଲିଯାଇ ନିଜ ଭବ ଭାବ ଉଚ୍ଚାସନ,ପ୍ରତିବିମ୍ବରୂପୀ ଯଥା ସୁନିର୍ମଳ ଜଣେ,ଦିନମଣି ଗ୍ରହରାଜ ଗଗନ-ଭୂଷଣ ।କାଳ-ସିନ୍ଧୁ ତନୁ ପୋତ-କମ୍ପମାନ ଚୂଳେବସି ଧର୍ମ ଦରବାର ଦୃଶ୍ୟ ଦେଖାଇଲ,ମିଷ୍ଟ ଭର୍ତ୍ସନାର ଛଳେ ଉଚ୍ଚାରି ଆକୁଳେହସାଇ ହସାଇ କେତେ ନୀତି ଶିଖାଇଲ ।ହୋଇଛି ଯେ ବାକ୍ୟାବଳୀ ଶ୍ରୀମୁଖୁ କ୍ଷରିତ,ହେଉଛି ଉତ୍କଳ ଆଜ ତହିଁ ମୁଖରିତ ।
(୪)ବଙ୍ଗେ ବସି ବଙ୍ଗବାସୀ ଦେଲେ ଧନ୍ୟବାଦଦୂରୁ ଦୃଷ୍ଟିଦେଇ ତୁମ୍ଭ କୀରତି-କେତନେ,ଘନ ଘନ ତୁମ୍ଭ ନାମେ ଧନ୍ୟ ଧନ୍ୟ ନାଦପ୍ରବେଶିଲା ଭାରତର ରାଜନିକେତନେ ।ଭାରତ-ରାଜେନ୍ଦ୍ରମଣି ପାଇ ସେ ସମ୍ବାଦଗୁଣଭୂଷାପୂର୍ଣ୍ଣ ବକ୍ଷେ ପଦ ପୁଷ୍ପହାରମଣ୍ଡି ଦେଇ ପ୍ରକାଶିଲେ ଅଖଣ୍ଡ ପ୍ରସାଦ,କରି ରାଜା ମହାରାଜା ଘେନି ଦରବାର ।ଋଷି ଥିଲ, ଥାଇ ତୁମ୍ଭ ସଂସାର ଗହନେ,ବ୍ରତ ଥିଲା ଉତ୍କଳର କଲ୍ୟାଣସାଧନ,ଗାନ ତୁମ୍ଭ ଉତ୍କଳର ମାନସମୋହନେ,ଧ୍ୟାନ ତୁମ୍ଭ ଉତ୍କଳର ଗୁଣଗାଥା ଧନ ।ଅସମୟେ ଉତ୍କଳକୁ କଲ ଯାହା ଦୂର,ଅଭାଗ୍ୟ ତା’ ଉତ୍କଳର, ରାୟ ବାହାଦୁର ।
(୫)ସୂର୍ଯ୍ୟଜାୟା ଛାୟା ଦେବୀ ବସାଇଲେ ଅଙ୍କେ,ସାଦର ସ୍ନେହରେ ତୁମ୍ଭ ସ୍ୱର୍ଗୀୟ ମୂରତିବିବୁଧମଣ୍ଡଳ ତାହା ଚାହିଁ ଅପଲକେନୟନର କଲେ ଚିର ପିପାସା ପୂରତି ।ଉତ୍କଳମାତାକୁ ଯେତେ ରମ୍ୟ ପୁଷ୍ପହାରଦେଇଥିଲ, ନନ୍ଦନୁ ତା’ ବହୁଗୁଣେ ଆଣିଦିଆଇଲେ ଗଳେ ତୁମ୍ଭ ପ୍ରୀତି-ଉପହାରବିବୁଧଗଣଙ୍କ କରେ ଦେଇ ବୀଣାପାଣି ।ସେହିପରି ପୁଷ୍ପ ଆଣି ବିଦ୍ୟାଧରଗଣହରଷେ ଫିଙ୍ଗିଲେ ତୁମ୍ଭ ମସ୍ତକ ଉପରେ,ରମଣୀଏ ହୋଇ ତାଙ୍କ ପ୍ରସନ୍ନବଦନଗାଇଲେ ତୁମ୍ଭରି ଗୀତ ସୁମଧୁରସ୍ୱରେ ।ରହିଲ ଅମରରୂପେ ହୋଇ ସୁଧାପାୟୀ,ସତ୍ୟ ହେଲା ବୋଲନ୍ତି ‘ଯା ଦେଇଥିଲେ ପାଇ’ ।
•••
Comments
Loading comments…