କାମଦୁହା ଚଉତିଶା
କବିତା କଲ୍ଲୋଳିନୀ
କିଶୋରୀଙ୍କ ବର ଯଦୁପତି, କରି ଚିର ପରବାସେ ସ୍ଥିତି ।କୁନ୍ଦକଇରବହାସୀଙ୍କ ପୂରୁବ ରସବଶ ହୋଇ ଜଳପନ୍ତି ।ଆରେ କଳଭାଷି, କୃଶୋଦରୀ କମନୀୟ ମୁଖଶଶୀ ।କଳାକଲ୍ଲୋଳିନୀ କେଳିକଳହଂସୀ, କାମ ମଦିରା ମହତ୍ତ୍ୱ ସମୁଲ୍ଲାସୀ । ୧।
ଖଟଣି କିଙ୍କରଙ୍କର ମେଳେ, ଖଟିଥିବ ଯେ ତୋ ଖଟତଳେ ।ଖମଣିମଣ୍ଡଳ ଜିଣି ଯିବା ଫଳ ଲୁଚିଯିବ ତା ଚରଣ ମୂଳେ।ଆରେ ଖେଳାଲୋଳା, ଖଞ୍ଜରୀଟରୁ ବଳେ ତୋ ନେତ୍ରଲୀଳା ।ଖୁରିଅର୍ଦ୍ଧ ନ ଥାଇ ସ୍ନେହରେ ହେଳା, ଖଣ୍ଡପରଶୁ ମନମୋହନଶୀଳା । ୨ ।
ଗତିରେ ବିବିଧ ଭଙ୍ଗୀ ଭରୁ, ଗଜେନ୍ଦ୍ର ଗରବ ହେଳେ ହରୁ ।ଗଗନ ସଲୀଳଚାରୀ ହଂସକୁଳ ଦିନଯାଏ ଡରି ମରୁ ମରୁ।ଆରେ ଗଣ୍ଠିଧନ, ଗୁଣବତୀ ମୁଁ ଚାତକ ନବଘନ ।ଗତରସ ହେଲା କେତେ ସୁଖମାନ, ଗର ଗିଳିବାକୁ ହେଉଅଛି ମନ । ୩ ।
ଘଟପୀନସ୍ତନା ଚାରୁ ବେଣୀ, ଘେନାଘେନି କେତେ ଜାଣୁ ପୁଣି ।ଘୋରତର ସ୍ମରପ୍ରତାପ ସାଗର ମଧ୍ୟରୁ ତୁ ମୋର ଉଦ୍ଧାରିଣୀ ।ଆରେ ଘନକେଶା, ଘନଜଘନା ମହାମଣ୍ଡନ–ବେଶା ।ଘୋରା ଶ୍ରୀଖଣ୍ଡବାସିନୀ ବରଯୋଷା, ଘାରି ପକାଇଛି ତୋ ବିଚ୍ଛେଦଦଶା । ୪ ।
Comments
Loading comments…