ଜାଈଫୁଲ ଢୁମ୍ପା
କବିତା କଲ୍ଲୋଳିନୀ
କରୀଗତି ଚାନ୍ଦମୁହିଁ,କରି ଗତି ରସେ ରଜନୀ ପୁହାଏ,ଜାଈଫୁଲ ରେ, ତୋ ରୂପ ଲାବଣ୍ୟ ଚାହିଁ । ୧ ।ଖରପରଶୁମୋହନା,ଖଣ୍ଡପରସା ବଚନକୁ କହ,ଜାଈଫୁଲ ରେ, ଖଣ୍ଡ ହୃଦୟ ବେଦନା । ୨ ।ଗିରୀଷମ କାଳେ ଧନ,ଗିରିସମ କୁଚେ ଲେପି ଚନ୍ଦନ,ଜାଈଫୁଲ ରେ, କରୁଥାଉ ଆଲିଙ୍ଗନ । ୩ ।ଘନସାର ମୋ ହୃଦରୁ,ଘନସାରକେଶୀ ଝାଡି଼ ଦେଇ କରି,଼ଜାଈଫୁଲ ରେ, ଗାଢେ଼ ଆଲିଙ୍ଗନ କରୁ । ୪ ।ନାଗରମଣିକି ତତେ,ନାଗମଣିକୁମ୍ଭସ୍ତନା ସମାନ ରେ,ଜାଈଫୁଲ ରେ, ହୋଇବେ ନୋହେ ପରତେ । ୫ ।ଚନ୍ଦ୍ରମୁହୀଁ ପ୍ରାଣଧନ,ଚନ୍ଦ୍ର ମୁହିଁ ଚାଳି ରତି କଲା କାଳେ,ଜାଈଫୁଲ ରେ, ଶୀତ୍କାରେ ଭଜୁ ଅଜ୍ଞାନ । ୬ ।ଛାଇ ବିପରୀତ ମୋର,ଛାଇଟି ପରାଏ ଦେହକୁ ନ ଛାଡେ଼,ଜାଈଫୁଲ ରେ, ସେରୂପେ ଥିବି ପାଶର । ୭ ।ଜାତୀକରଜା ସୁକେଶୀ,ଜାତିକର ଦିବ୍ୟହୀରକ ସୁଦନ୍ତୀ,ଜାଈଫୁଲ ରେ, ଚନ୍ଦ୍ରଚନ୍ଦ୍ରମା ସୁହାସୀ । ୮ ।
Comments
Loading comments…