ଆଜ କେ ଶିଖାଇଲା ରୂଷାକୁ ରେ
ସଙ୍ଗୀତ କଳ୍ପଲତା
ଆଜ କେ ଶିଖାଇଲା ରୂଷାକୁ ରେ, ରାଜକୁରଙ୍ଗୀଶିଶୁଦୃଶାକୁ ରେ; ଲାଜମିଳିତ ମନ୍ଦ ବିକାଶ ବାସକୁନ୍ଦରମ୍ୟହାସିନୀ ବରଯୋଷାକୁ ରେ। ଘୋଷା।
ଶୁଦ୍ଧାନ୍ତୁ ମୁଁ ବାହାର ହେଲେ ଦୃଷ୍ଟି ଯାହାର,ଦଉଡ଼େ ମୋ ବିହାର ଆଶାକୁ ରେ,ଉଭା ହେଲି ସମୀପେ ନଚାହିଁଲା ଯେ କୋପେ,ବୋଲିବା ସିନା ଦୁଷ୍ଟ ଦଶାକୁ ରେ। ୧।
ବସି ତନାବୀ ପାଶେ, ଅସିତକେଶା ତୋଷେ,ହସି ଫୁଲାଇ ଚାରୁ ନାସାକୁ ରେ,ପୁଲକୁଥାଇ ପରା, ମୁଁ ଲପୁଥିଲେ ଧୀରା,ଶୁଣି ମୋ ସାଧାରଣ ଭାଷାକୁ ରେ। ୨।
ଅଧରୁ ସୁଧାଝର, ଦେଇ ଯେ ନାଶେ ମୋର,ବିଷମଶର-ଜ୍ୱର-ତୃଷାକୁ ରେ,ଚିନ୍ତାକୃଶାନୁ ଝାସେ, ସାରିଦେଲା କି ଦୋଷେ,ପଚାରିବଟି କଟିକୃଶାକୁ ରେ। ୩।
ଯାହାକୁ ଅଧିକୃତି, ଦେଇଥାଏ ସୁଦତୀ,ଖୋସା ଉପର ଝରାଭୂଶାକୁ ରେ,ଏହି ସିନା ବିଚିତ୍ର, କେହି ସେ ହେଲା ପାତ୍ର,ମୁହଁ ନ ଚାହାଁ ଭଳି ଘୋଷାକୁ ରେ। ୪।
ଏବେହେଁ ଚାହୁଁ ଭର୍ଗ- ମୋହନା ଅଷ୍ଟଦୁର୍ଗ-,ଧରାକପଟସ୍ୱର୍ଗ ବୃଷାକୁ ରେ,ନ ରଚୁଁ ନଖେ ଏଣି-ଦୃଷାକୁ ପଦେ ବାଣୀ,ଖରଚୁ କହ ଧରାଭୂଷାକୁ ରେ। ୫।
Comments
Loading comments…