ଚାହିଁବୁ ଯେବେ ଶ୍ୟାମଦ୍ଯୁତିକି ରେ
ସଙ୍ଗୀତ କଳ୍ପଲତା
ଚାହିଁବୁ ଯେବେ ଶ୍ୟାମ ଦ୍ୟୁତିକି ରେ, କାହିଁ ହଜାଇ ଦେବୁ ମତିକିରେ ।ନାହିଁ ବୋଲିବା କଥା, ଜାଣିବୁ କି ସର୍ବଥା , ଅଉ କି ସମ୍ଭାଳିବୁ ଧୃତିକିରେ । ଘୋଷା ।
ଏ ନଗରେ ଏଣିକି, ଭ୍ରମେ ଚୁମ୍ବିବ ନିକି, ‘ସତୀ’ ଏ ଦୁଇବର୍ଣ୍ଣ ଶ୍ରୁତିକି ରେ,ସତେ ପ୍ରାଣମିତରେ ତା ସେବାରୁ ଇତରେ ଯୁବତୀଜନମକୁ ଗତିକିରେ । ୧ ।
ଯେବେ ସେ ହେବ କୋଳେ, କଳାବତୀମଣ୍ଡଳେ, ନ ଟେକିବୁ କି ଶ୍ୱେତ ଛତିକ ରେ,ଚୁମ୍ବିଲେ ତା ବଦନ-କଞ୍ଜଟି ଗୁରୁଜନ ଗଞ୍ଜନ ଇଭିଲେ ହେଁ କ୍ଷତି କିରେ । ୨ ।
ଭବନ ମଣି ଶେଷ, ସେ ନବ ଯୁବା ପାଶ, ରବିନନ୍ଦନାତୀର କ୍ଷିତକି ରେ,କି ସୁଖ ଇନ୍ଦ୍ର ଅଙ୍ଗେ, ନନ୍ଦନରେ ନିଃଶଙ୍କେ ଅରୋହିଲେ ଅଭ୍ରମୁପତିକିରେ । ୩ ।
ଅବା ତା ପଥେ ଯିବା, ଜାଣି କଳପି ଥିବା, ତା ପଛେ ଯେତେ ପରାଭୂତିକି ରେ,ମୋହନସ୍ମିତ ଅବଲେକେ ପାସୋର ଯିବ, ନ ଆଚରିବ କି ବିନତିକି ରେ। ୪।
ଶୁଣି ଶ୍ରୀଠାକୁରାଣୀ, ଚିତ୍ର ମଣିଲେ ଜାଣି, ନ ଥିଲା ପରି ହରିପ୍ରୀତିକି ରେ,ସେ କାଳେ ଦୁଇ ସଖୀ, କୃପା କଲେ ସୁମୁଖୀ, ମୁକୁନ୍ଦଦେବ ଗଜପତିକି ରେ। ୫।
Comments
Loading comments…