ମୋହିଲା ରେ, ବରମହିଳା ରେ
ସଙ୍ଗୀତ କଳ୍ପଲତା
ମୋହିଲା ରେ, ବରମହିଳା ରେ। ପଦ।
ନୂଆ ମୃଦୁ ଜଳପ,-ବତୀରସକଳପ,-ବଲ୍ଲୀ କି ସଂକଳପ, କରି ଚାହିଁ ଅଳପ। ୧।
କରି ଭୂରୁ ନର୍ତନ, ନ ଚାହୁଁ ସଖୀଜନ,ସ୍ନେହମୟ ମୋହନ ହାସେ ଧନ ମୋ ଧନ। ୨।
ପୂରୁବେ ମହାବ୍ରତେ, ଶିବା ଶିବଙ୍କୁ କେତେ,ସେବିଥିଲି କି ସତେ, କି ସ୍ନେହେ ବାଳା ମତେ। ୩।
କେବଳ ମୋ ବିବେକ, ହରି ନାହିଁ ସେ ପିକ-ବାଣୀର କଉତୁକ, ଜଗତୀ ଗୋଟିଯାକ। ୪।
ସତେ କି ବନ୍ଧୁ ସଞ୍ଜ-ବେଳେ ମଣ୍ଡିବ କୁଞ୍ଜ,ବନୀ ଅବନୀ କଞ୍ଜ,-ନେତ୍ରାର ଛବିପୁଞ୍ଜ। ୫।
ଅଷ୍ଟଦୁର୍ଗେଶ ଭାଷେ, କିଶୋରଙ୍କ ଶୋଭା ସେ,କିଶୋରୀ ଦେଖି ତୋଷେ ଭାବିଲେ ସଙ୍ଗ ଆସେ। ୬।
Comments
Loading comments…