ଶ୍ୟାମ କେଡ଼େ ଅବୁଝାଣ
ସଙ୍ଗୀତ କଳ୍ପଲତା
ଶ୍ୟାମ କେଡ଼େ ଅବୁଝାଣ ଗୋତା ଲାଗି ଯିବ ଏ ପରାଣ ଗୋ । ଘୋଷା ।
ଚୋରପଣେ ଆସି ମୋର ପାଶେ ବସିଘୋର ଆଚରଇ ଟାଣ ଗୋସ୍ମର ମରଦଇ ତା ବଚନ ପାଇବିଷମ ଶର ପଠାଣ ଗୋ । ୧ ।
ପଚାଇ ଦେବାକୁ ଅଭିଳାଷ ଫଳନଚାଇ ଭୂରୁ କମାଣ ଗୋଫଟାଇ ଦିଅଇ ଧୃତିକି ପ୍ରହାରିକଟାକ୍ଷ କପଟବାଣ ଗୋ । ୨ ।
ଗୋଟିଏ ଗୋଟିଏ ଅଳପ କଥାକୁକୋଟିଏ ପକାଏ ରାଣ ଗୋସରେ ସେହି ଅବସରେ ସବୁ ସହିକରେ ଯେଡ଼େ ହଇରାଣ ଗୋ । ୩ ।
ଜମି ରହେ ମନ ତା ଭଙ୍ଗୀରେ କାହିଁନ ମିଳଇ ପରିତ୍ରାଣ ଗୋଲାଜ ବିହଙ୍ଗକୁ ଝାମ୍ପଇ ତା ଶୋଭାଦମ୍ଭ ଚପଳ ସଞ୍ଚାଣ ଗୋ । ୪ ।
ଜଣାଇଲେ ସଖୀ ଧୂର୍ତ୍ତ ସେ ଭୁଜଙ୍ଗ-ପଟା ନାଟୁଆ ପ୍ରମାଣ ଗୋଜଗଦ୍ଦେବ କହେ ତା ସ୍ନେହ ବିରହେପବିପାତ ଭଲ ଜାଣ ଗୋ । ୫ ।
Comments
Loading comments…